• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମାଲକାନଗିରି: ପୁଣି ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି।

ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରୀ କାମ ନଥିଲେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

ସେହିପରି ଦୋଳ ଓ ହୋଲି ପର୍ବ ପାଇଁ ମଧ୍ୟ କଟକଣା ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ଦୋଳ, ହୋଲି ପର୍ବ ପାଳନକୁ ପୁରା ଜିଲ୍ଲାବ୍ୟାପୀ ବାରଣ କରାଯାଇଛି। ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ହୋଲି ନ ପାଳି ଘର ଭିତରେ ରହି ପରିବାର ଲୋକଙ୍କ ସହ ଉତ୍ସବ ମନାଇବାକୁ କୁହାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ୫୦ ଜଣ ଲୋକଙ୍କ ମଧ୍ୟରେ ଦୋଳ ମେଳଣ କରାଯିବ। ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨ଶହ ଲୋକରେ ବଡ଼ ଯାତ୍ରା ଆୟୋଜନ କରାଯିବ। କୋଭିଡ୍‌ ଗାଇଡ୍‌ଲାଇନ୍ ମାନି ମାସ୍କ, ସାମାଜିକ ଦୂରତା ବଜାୟ ରଖି ଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

https://youtu.be/SKcRYT0C4xc

ଅନ୍ୟପକ୍ଷେ, ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ। ନହେଲେ ଏଠାକୁ ଆସିଲା ପରେ ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Night-curfew-to-be-imposed-in-malkangiri-from-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories