• translate
Minati Mishra

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ।  ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୋଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୋଲିସ ଫୋର୍ସ ମୁତୟନ ରହିଥିଲେ।

[caption id="attachment_257126" align="alignnone" width="831"] ବଲାଙ୍ଗିର ସହର ଶୁନଶାନ[/caption]

ନାଇଟ୍ କର୍ଫ୍ୟୁ ଲାଗିବା ପରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି । ଭବାନୀପାଟଣା ସହରର ବିଭିନ୍ନ ଛକ ଓ ପ୍ରବେଶ ପଥରେ ପୋଲିସର କଡା ପହରା ଦେଖିବାକୁ ମିଳିଥିଲା । ରାତି ୧୦ଟା ପୂର୍ବରୁ ସହରରେ ସବୁ ଦୋକାନବଜାର ବନ୍ଦ ହେଉଥିବା ଦେଖିବାକୁ ମିଳିଥିଲା । ରାତି ୧୦ଟା ପରେ ଲୋକଙ୍କ ଯାତାୟତ ଉପରେ କଟକଣା ରହିଛି । ସହର ଭିତରକୁ ଓ ସହର ବାହାରକୁ ଯାଉଥିବା ଗାଡ଼ି ମଟର ଓ ଲୋକଙ୍କ ସମ୍ପୂର୍ଣ ବିବରଣୀ ଯାଞ୍ଚ କରୁଛି ପୋଲିସ।

[caption id="attachment_257130" align="alignnone" width="829"]kalahandi କଳାହାଣ୍ଡିରେ ନାଇଟ କର୍ଫ୍ୟୁ[/caption]

ସେହିପରି ବଲାଙ୍ଗିରରେ ମଧ୍ୟ ନାଇଟ୍ କର୍ଫ୍ୟୁକୁ କଡାକଡି ପାଳନ କରାଯାଉଛି । ରାତି ୧୦ଟା ପରେ ବାହାରୁଥିବା ଲୋକଙ୍କ ଉପରେ ପୋଲିସର ସତର୍କ ଦୃଷ୍ଟି ରହିଛି। ସହର ଭିତରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଏସ୍‌ପି ବୁଲି କଟକଣା କେମିତି ପାଳନ କରାଯାଉଛି ତାହାର ଯାଞ୍ଚ କରିଥିଲେ।

[caption id="attachment_257131" align="alignnone" width="804"] ନୂଆପଡାରେ ନାଇଟ କର୍ଫ୍ୟୁ[/caption]

ଅନ୍ୟପକ୍ଷେ  ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଚେକିଂ ସହ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ସଚେତନ କରାଯାଇଥିଲା। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୮ଟି ଆକ୍ଟିଭ୍ କେସ ରହିଛି । ଏହାକୁ ନେଇ ଲୋକେ ସତର୍କ ହେବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି ପୋଲିସ। ସେହିପରି ବଲାଙ୍ଗିର ଜିଲ୍ଲାର କଣ୍ଟାବାଂଜିରେ ମଧ୍ୟ ନାଇଟ କର୍ଫ୍ୟୁ କଡାକଡି ଭାବେ ପାଳନ କରାଯାଇଛି । ସହରର ପ୍ରତ୍ୟେକ ଛକରେ ଫୋର୍ସ ମୁତୟନ କରାଯାଇଥିଲା । କୌଣସି ଜରୁରୀ ନଥିଲେ ଲୋକଙ୍କୁ ବାହାରକୁ ନବାହାରିବକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ।

ନୂଆପଡ଼ା ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଇଥିଲା । ରାତି ୧୦ଟା ପରେ ଯାତାୟତ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରିଥିଲେ । ଘରେ ରହି ଲୋକେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲା ପୋଲିସ ପ୍ରଶାସନ।

ସୁନ୍ଦରଗଡ଼ ବାଲିସଂକରା ବ୍ଲକ ଲୁଲୁକିଡ଼ିହି ଏବଂ ବନଡେଗାର କିଛି ଅଂଚଳରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସବୁ ଅଞ୍ଚଳକୁ ନୋ ଆକ୍ସେସ୍ ଜୋନ ବା micro containment ଜୋନ ଭାବରେ ଘୋଷଣା କରିଛି । ଗତକାଲିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳରେ କଟକଣା ଜାରି ରହିବ। ଏହା ସହିତ ଯାନବାହନ ଚଳାଚଳ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ରହିବ। କେବଳ ସ୍ୱାସ୍ଥ୍ୟକର୍ମୀ, ଅନୁମତି ପ୍ରାପ୍ତ ଅଧିକାରୀ ଓ ସେବା ଯୋଗାଣକାରୀଙ୍କୁ ଅନୁମତି ରହିଛି।  ଏନେଇ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ବନଡେଗା ଗ୍ରାମପଞ୍ଚାୟତର ମୂର୍କିଆ ବସ୍ତିପଡାରେ ୧୯ ଜଣ କରୋନା ସଂକ୍ରମିତ ଏବଂ ଉଲଟୁଡ଼ିହି, ଫିଟିଙ୍ଗପଡା ଓ ବସ୍ତିପଡାରେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୁଲ୍କିଡ଼ିହି ହାଇସ୍କୁଲ ନିକଟରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଦୁଇ ଅଞ୍ଚଳରେ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ଜଣାପଡିଛି।

Other Stories