ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ। କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ:-

  • ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ
  • ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର
  • ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି
  • ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ
  • ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ
  • କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ
  • ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ବନ୍ଦ ରହିବ
  • କର୍ଫ୍ୟୁ ବେଳେ ଜରୁରୀ କାର୍ଯ୍ୟକଳାପ ଛାଡ଼ି ଯାତାୟତ ଉପରେ ବି କଟକଣା
  • ପୂର୍ବଭଳି ଜରୁରୀକାଳୀନ ସେବା ଓ କର୍ମଚାରୀ କଟକଣା ମୁକ୍ତ
  • ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଖୋଲା ରହିବ; ହୋମ୍ ଡେଲିଭରିକୁ ଅନୁମତି
  • ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ
  • ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ମିଳିବ ଅନୁମତି

ରାଜ୍ୟରେ ଦ୍ୱିତୀୟ ଦିନ ପାଇଁ ୪୫୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୪୫୨ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୭ ଜଣ କରୋନା ସଂକ୍ରମିତ ରହିଛନ୍ତି। ଏହାପଛକୁ ସୁନ୍ଦରଗଡ଼ ୭୫ ଏବଂ ନୂଆପଡ଼ାରୁ ୭୧ ଜଣ ରହିଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୨ ହଜାର ୮୨୦ ଆକ୍ଟିଭ କେସ୍ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଓଡ଼ିଶାର ସ୍ଥିତି ଭଲ ଅଛି ଏବଂ ସରକାର ତୀକ୍ଷଣ ନଜର ରଖିଛନ୍ତି। ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯିବା ସହ ଫେରନ୍ତାଙ୍କ ସ୍କ୍ରିନିଂ କରାଯାଇ ଆଣ୍ଟିଜେନ୍ ଟେଷ୍ଟ ପାଇଁ କୁହାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like