ଓଡ଼ିଶାର ଏଇ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା

  • ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା।
  • କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳ।
  • ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ଯାତ୍ରା।
  • କୋଭିଡ଼ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡ଼ଯାତ୍ରା ପାଳନ।

ମାଲକାନଗିରି: ପୁଣି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ ମାଲକାନଗିରି ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ ମାଲକାନଗିରି ଘୋଷଣା କରାଯାଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ  ବଳବତ୍ତର ରହିବ। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକ୍ରମ ବ୍ୟତୀତ କେହି ବି ବାହାରେ ବୁଲାବୁଲି କରିବା ଉପରେ ନିଷେଧାଦେଶ ଜାରି ହୋଇଛି।

ସେହିଭଳି ଦୋଳ ଓ ହୋଲି ପର୍ବ ପାଇଁ ବି କଟକଣା ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ଦୋଳ, ହୋଲି ପର୍ବ ପାଳନକୁ ପୁରା ଜିଲ୍ଲା ବ୍ୟାପୀ ବାରଣ କାରଯାଇଛି। ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ହୋଲି ନପାଳି ଘର ଭିତରେ ରହି ପରିବାର ଲୋକଙ୍କ ସହ ଉତ୍ସବ ମନାଇବାକୁ କୁହାଯାଇଛି କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ଦୋଳ ମେଳଣ କରାଯିବ। ସେହିଭଳ ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ବଡ଼ଯାତ୍ରା ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। କୋଭିଡ଼ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତା ରକ୍ଷା କରାଯାଇ ବଡ଼ଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

You might also like