ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ

ଯାଜପୁର  : ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ । ଏଭଳି ଘଟଣା ଘଟିଛି ଯାଜପୁର ଜିିଲ୍ଲା କୁଅାଖିଅା ଥାନା ଅଞ୍ଚଳରେ।

ଗତ ମାସ ୨୨ ତରିଖରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ ଥାନା ରାଉତପୁର ଗାଁ ନଦୀ ପଠାରୁ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ଅପହୃତାଙ୍କ ବୟାନ ରେକର୍ଡ ପରେ ଘଟଣାରେ ସମ୍ପୃକ୍ତ ଥିବା ପିଉସାକୁ ପୁଲିସ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ।

You might also like