ରାସ୍ତା ପାଲଟିଛି ମରଣଯନ୍ତା, ୨୪ ଘଣ୍ଟା ନ ପୁରୁଣୁ ରାସ୍ତାରୁ ଉଠୁଛି ପିଚୁ

ନିଆଳି : ଗାଁକୁ ଗାଁ ଓ ସହରକୁ ସହର ସହ ଯୋଡ଼ିବା ପାଇଁ ପକ୍କା ସଡ଼କକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ ଅର୍ଥ ଶ୍ରାଦ୍ଧ ବି ହେଉଛି। ତୃଣମୂଳ ସ୍ତରରେ କିନ୍ତୁ ଫଳ ଶୂନ। କେଉଁଠି ରାସ୍ତା ନିର୍ମାଣର ଗୋଟିଏ କି ଦୁଇ ବର୍ଷରେ ଖାଲ, ଖମାରେ ଭରି ଯାଉଛି ତ ଆଉ କେଉଁଠି ପିଚୁ ପଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଯାଉଛି। ସବୁଠି ଅତି ନିମ୍ନ ମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।

ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ
ଖରାପ ରାସ୍ତା ଦେଇ ଗମନାଗମନ କରୁଛନ୍ତି ଲୋକେ
କେଉଁଠି ଖାଲ, ଖମା ତ କେଉଁଠି ପିଚୁ ଉଠିଗଲାଣ
କଟକ ନିଆଳୀ ଓ କେନ୍ଦୁଝର ଆନନ୍ଦପୁରରେ ରାସ୍ତା ସମସ୍ୟା

ଉଭୟ ସରକାର ସଡକ ଗୁଡିକର ଉନ୍ନତି କରଣପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପରବର୍ତି ଅବସ୍ଥାରେ ରାସ୍ତା ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ସେହି ରାସ୍ତା ଗୁଡିକ ଯାତାୟତ ପାଇଁ ସହଜ ସୁଗମ ହେବା ପରିବର୍ତେ ମରଣଜାରେ ପରିଣତ ହେଉଛି।
କଟକ, କାକଟପୁର, ଜଗତସିଂହପୁର ଓ ପୁରୀ , ଭୂବନେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ସଟକଟ ରାସ୍ତା ଅଡଶପୁର ଭାକରସାହି ରାସ୍ତା। ଆଉମଧ୍ୟ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କେନ୍ଦୁବିଲ୍ୱ ଜୟଦେବପୀଠକୁ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ। ଏହି ରାସ୍ତାର ଦୀର୍ଘ ପ୍ରାୟ 3କି:ମି। କଟକ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ଗତ ଦୁଇବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ରାସ୍ତା।

ନିର୍ମାଣର ମାତ୍ର ଦେଢ ବର୍ଷରେ ଏବେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ସ୍ଥାନେ ସ୍ଥାନେ ବିରାଟ ବିରାଟ ଗର୍ତ ସୃଷ୍ଟି ହୋଇ ତାହା ମରଣ ଜନ୍ତା ପାଲଟିଛି। ଦୈନଦିନ ଏଠାରେ ଛୋଟବଡ ଦୁର୍ଘଟଣା ଘଟିବା ଏକ ନୀତି ଦିନିଆ କଥାରେ ପରିଣତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଂଚଳର ଅଧିକାଂଶ ଲୋକେ ଏହି ରାସ୍ତା ଉପରେ ନିର୍ଭର କରି ଚଳନ୍ତି। ଏହି ରାସ୍ତକୁ ବାଦ ଦେଲେ କଟକ ଜଗତସିଂହପୁର ଓ କାକଟପୁର ଯିବାକୁ ପୋଇଝରୀ ରାସ୍ତାଦେଇ ୮କି:ମି ଦୂର ନଚେତ ଆମଣାକୁଦ ଦେଇ ୧୮ କି:ମି ଦୂର ବୁଲି ବୁଲି ଯିବାକୁ ପଡେ। ସେହିପରି ନିଆଳୀ, ଅଡଶପୁର, ଜଗତସିଂହପୁର ଓ ପାରାଦୀପ ଅଂଚଳରୁ ଏହି ରାସ୍ତାଦେଇ ଭୂବନେଶ୍ୱର ବାଲିପାଟଣା ଓ ବନମାଳିପୁରକୁ ଜନସାଧାରଣ ଯାତାୟତ କରିଥାଆନ୍ତି।

ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ଏହି ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଛି। ଯାହାଫଳରେ ଏହି ରାସ୍ଥାଦେଇ ଯାତାୟତ କରୁଥିବା ଶହ ଶହ ଗାଡି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କେହି ଏହି ରାସ୍ତା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନଧରି ଲାଗି ରହିଥିବା ଏହି ରାସ୍ତା ସମସ୍ୟାକୁ ତୁର ସମାଧାନ କରାଯିବାକୁ ସାଧାରଣରେ ଦାବୀ ହେଉଛି ଏବେ ଅପେକ୍ଷା କେବେ ପ୍ରଶାସନ ଏହି ରାସ୍ତା ମରାମତି କରୁଛି ।

You might also like