ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରୁ ଜଣକୁ ଉଠାଇ ନେଇଛି NIA। ନେସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ ଉକ୍ତ ବ୍ୟକ୍ତିଙ୍କୁ କାହିଁକି ଉଠାଇ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

ତେବେ କୌଣସି ଘଟଣା ସହ ତାଙ୍କର ଲିଙ୍କ ଥିବା ଅନୁମାନ କରାଯାଉଛି। ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରା ଉଚରା କରୁଥିବା କୁହାଯାଉଥିଲା । ହେଲେ ଅଜ୍ଞାତ ସ୍ଥାନ ନୁହେଁ, ଖଣ୍ଡଗିରି ଥନାରେ ଜେରା କରାଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି  ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଉକ୍ତ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ NIA ଉଠାଇ ନେଇଥିବା କୁହାଯାଉଥିବାବେଳେ ସେମିତି କିଛି ଲିଙ୍କ ନ ଥିବା କହିଛନ୍ତି ପୋଲିସ କମିଶନର। ସେ କହିଛନ୍ତି, NIA କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ନେଇ  ପଚରାଉଚରା କରୁଛି। ଆମେ ପାଇଥିବା ସୂଚନାନୁସାରେ, ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ।

 

You might also like