ପୂର୍ବତନ ମହିଳା ଆଇଆଇସିଙ୍କୁ ୨ ବର୍ଷ ଥାନା ମନା

କେନ୍ଦୁଝର: ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ୨ ବର୍ଷ ଯାଏ କୌଣସି ଥାନାରେ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଏହି ନିର୍ଦ୍ଦେଶ ଦେବାସହ ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେନେଇ ଟ୍ରେନିଂ ନେବେ।

ପ୍ରକାଶଥାଉକି ଗତ ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ IIC ପିଟିଥିଲେ। ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। IICଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା।

ଘଟଣା ପରେ ପରେ IIC ସଂଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଥିଲେ। ପୂର୍ବରୁ OHRC ପୀଡ଼ିତଙ୍କୁ ୧୦ ହଜାର କ୍ଷତିପୂରଣ ଦେବାକୁ କହିଥିଲେ। କ୍ଷତିପୂରଣ ଅର୍ଥ IIC ସଂଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କହିଥିଲେ।

You might also like