କ୍ଷୟକ୍ଷତିର ଅନୁଧ୍ୟାନ କଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍‌

ବେଦାନ୍ତ ଆଲୁମିନାର ପାଉଁଶ ପୋଖରୀ ଭୁଶୁଡ଼ିବା ଘଟଣା

ଝାରସୁଗୁଡ଼ା : ଝାରସୁଗୁଡ଼ା କାତିକେଲାରେ ବେଦାନ୍ତ ଆଲୁମିନାର ପାଉଁଶ ପୋଖରୀ ଭୁଶୁଡ଼ିବା ଘଟଣାର ତଦନ୍ତ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍। ପିସି ମିଶ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।

ଗତକାଲି ଠାରୁ ତଦନ୍ତକାରୀ ଟିମ୍ ଗାଁରେ ପହଞ୍ଚିଥିବାବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଭେଡେନ ନଦୀକୁ ଯାଇ ପାଣିର ସ୍ଥିତି ପରଖିଛନ୍ତି। ହେଲେ ଆଲୋଚନା ପାଇଁ ଗାଁ ଲୋକେ ଅପେକ୍ଷା କରିଥିବାବେଳେ, ତଦନ୍ତକାରୀ ଟିମ୍ ଘଟଣାସ୍ଥଳରୁ ଗାଁ ଭିତରକୁ ନ ଆସି ପଳାଇ ଯାଇଥିଲେ।

ଯାହାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୨୦୧୭ ଅଗଷ୍ଟ ୨୮ରେ ପାଉଁଶ ପୋଖରୀ ଭୁଶୁଡ଼ିବାରୁ ଶତାଧିକ ଚାଷୀଙ୍କ ଜମିରେ ପାଉଁଶ ମିଶ୍ରିତ ପାଣି ମାଡ଼ି ଯାଇଥିଲା। କ୍ଷତିପୂରଣ ନେଇ କାରଖାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏହାର ପ୍ରତିବାଦ କରି ବେଦାନ୍ତ ବିରୋଧରେ ଜନସ୍ୱାର୍ଥ ମାମାଲା ରୁଜୁ କରାଯାଇଥିଲା। ଜାନୁୟାରୀ ୧୫ରେ ଏହାର ଶୁଣାଣି କରି ଆସନ୍ତା ୧୪ ଫେବୃୟାରୀ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟ୍‌।

 

You might also like