ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଝଟକା     

କେନ୍ଦୁଝର: ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଶକ୍ତ ଝଟକା ଲାଗିଛି। ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ ପରେ ଗ୍ରୀନ ଟ୍ରିବ୍ୟୁନାଲ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୟୂରଭଞ୍ଜ ସିଙ୍ଗଡ଼ାଠାରୁ କେନ୍ଦୁଝରର ବିଞ୍ଚବାହାଳ ପର୍ଯ୍ୟନ୍ତ ୪୯ ନମ୍ବର୍ ଜାତୀୟ ରାଜପଥର ନିର୍ମାଣ ଦାୟିତ୍ୱ ମଣ୍ଟେକାର୍ଲୋ ନେଇଛି। ତେବେ ଏହି ଠିକା ସଂସ୍ଥା ବାୟାପଣ୍ଡାପଦର ଗାଁ ନିକଟ ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ କରିଥିବା କୋଲକାତା ସ୍ଥିତ ଜାତୀୟ ସବୁଜ ପ୍ରାଧିକରଣଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ପ୍ରଶାସନକୁ ଜଣାଇ ଫେଲ୍ ମାରିବା ପରେ ଗ୍ରାମବାସୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ମାସେ ଭିତରେ ସଂରକ୍ଷିତ ଜଙ୍ଗଲରୁ କ୍ୟାମ୍ପ ଉଚ୍ଛେଦ କରିବା ସହ ୨୫ ଏକ ଜମିର ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ସମସ୍ତ ଅର୍ଥ ମଣ୍ଟେକାର୍ଲୋଠାରୁ ଆଦାୟ କରିବାକୁ ଏନ୍‌ଜିଟି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like