‘ଆଉ ୪ ମାସ ଗୁରୁତ୍ୱପୂର୍ଣ୍ଣ, ପ୍ରାକ୍‌ ପ୍ରସ୍ତୁତି ହିଁ ବିପର୍ଯ୍ୟୟର ସଠିକ୍ ମୁକାବିଲା’

ଭୁବନେଶ୍ୱର: ପୂର୍ବ ପ୍ରସ୍ତୁତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରାଯାଇପାରିବ। ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଜି ଏନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବାତ୍ୟା, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଏହାସହ ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ, ଭାଗିଦାରୀମୂଳକ ହେବା ଆବଶ୍ୟକ। ଏନେଇ ପ୍ରଶାସନ ଅଭିଜ୍ଞତା ସହ SOP ପାଳନ ପ୍ରସ୍ତୁତି କରି ଏହାକୁ ମାନିବା ଜରୁରୀ। ଜୁନ୍ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏନେଇ ଜୁନ୍ ପହିଲାରୁ ନଭେମ୍ବର ୩୦ ଯାଏ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ,୧୫ଟି ଅସ୍ଥାୟୀ ଭିଏଚ୍ଏଫ୍ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ଗତ କିଛି ବର୍ଷରେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।

ସେହିଭଳି କରୋନା ମହାମାରୀ ରାଜ୍ୟବାସୀଙ୍କୁ ଗଭୀର ପ୍ରଭାବିତ କରିଛି। ହେଲେ ଏହାକୁ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଓଡ଼ିଶା ଭଲ ସ୍ଥିତିରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫେରେନ୍ସିଂରେ ହୋଇଥିବା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିରୋଧୀ ଦଳ ନେତା, କିଛି ବିଧାୟକଙ୍କ ସମେତ କିଛି ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like