• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ। ରାଜ୍ୟରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ ବୋଲି କହିଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଆଜି ପ୍ରେସ୍‌ମିଟରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ୨ ମାସ ସମୟ ଲାଗିଥିଲା। ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟ କରାଯାଉଛି। ରାଜ୍ୟର ୧୦ ଜିଲ୍ଲାର ୧୭ଟି ଲ୍ୟାବ୍‌ରେ କରୋନା ଟେଷ୍ଟ କରାଯାଉଛି।

ସେ ଆହୁରି କହିଛନ୍ତି, ଲକ୍ଷଣଯୁକ୍ତ ଓ କଣ୍ଟାକ୍ଟରେ ଥିବା ଲୋକଙ୍କର ନିଶ୍ଚିତ ଟେଷ୍ଟ କରାଯିବ। ପୂର୍ବରୁ ଲକ୍ଷଣ ନଥିବା ଲୋକଙ୍କର ବି ସାମ୍ପଲ ଟେଷ୍ଟ କରାଯାଉଥିଲା। ଲକ୍ଷଣ ନଥିବା ୨ଶହ ଲୋକଙ୍କ ସାମ୍ପଲ ଟେଷ୍ଟରୁ ଜଣେ ପିଜିଟିଭ ମିଳୁଥିଲେ। ଏବେ ଲକ୍ଷଣଥିବା ଲୋକଙ୍କ ୨୦ଟି ସାମ୍ପଲରୁ ଜଣେ ପଜିଟିଭ ମିଳୁଛନ୍ତି। ଲକ୍ଷଣଥିବା ଲୋକଙ୍କ ସାମ୍ପଲ ଯୋଗୁଁ ଅଧିକରୁ ଅଧିକ କେସ୍ ମିଳୁଛି। ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ଏହା ଭିତରେ ପଜିଟିଭ କେସ୍ ଆସୁଥିବ ବୋଲି ବିଶେଷଜ୍ଞମାନେ କହିଥିବା ସେ ସୂଚନା ଦେଇଛନ୍ତି।

ସେହିପରି ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁ ହାର ୬.୬, ଭାରତରେ ୦.୭; ଓଡ଼ିଶାରେ ମାତ୍ର ୦.୦୩%। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ ଆରୋଗ୍ୟ ହାର ୫୧% ଥିବା ବେଳେ ଓଡ଼ିଶାରେ ୬୭%। ଏବେ ଓଡ଼ିଶା ସାରା ଦେଶରେ ମଡେଲ ହୋଇଛି ବୋଲି NHM ନିର୍ଦ୍ଦେଶିକା କହିଛନ୍ତି।

Next-4-6-weeks-very-important-for-us-said-nhm-director
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories