ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ନେଇ ବଡ଼ ସୂଚନା SRC ଦେଇଛନ୍ତି। ଯାହା ଜଣାପଡୁଛି କାଲି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସ୍ଥଳଭାଗ ଛୁଇଁଲା ବେଳେ ପବନ ୧୪୦ରୁ ୧୮୫ କିମି ଯାଏ ଯାଇପାରେ। ଏବେ ପାରାଦୀପ ଓ ଅସ୍ତରଙ୍ଗରେ ୬୦/୭୦ କିମି ବେଗରେ ପବନ ହେଉଛି। ରାତିରେ ପବନ ବଢ଼ିବ, ସକାଳେ ସର୍ବାଧିକ ପବନ ହେବ। ଆମ ପାଇଁ ଏହି ୮/୧୦ ଘଣ୍ଟା ବେଶି ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି।

କଟକ, ଭୁବନେଶ୍ୱରରେ ବାତ୍ୟା ପ୍ରଭାବ ନେଇ ଏସଆରସି କହିଛନ୍ତି ଯେ ବାତ୍ୟା ଗ୍ରାଫରେ ଭୁବନେଶ୍ୱର, କଟକ ଭାଓଲେଟ୍ ଜୋନରେ ଆସୁଛି। ଭାଓଲେଟ ଜୋନରେ ପବନ ୬୦ରୁ ୯୦ କିମି ମଧ୍ୟରେ ହୋଇଥାଏ। କଟକ, ଭୁବନେଶ୍ୱରରେ ୬୦/୭୦ କିମି ବେଗରେ ପବନ ହୋଇପାରେ। ଏତିକି ପବନ ହେଲେ କିଛି ପୁରୁଣା ବା ଅଧା ଭଙ୍ଗା ଗଛ ଭାଙ୍ଗିପାରେ। କଟକ, ଭୁବନେଶ୍ୱରକୁ ବେଶି ପ୍ରଭାବ ପଡ଼ିବ ନାହିଁ ବୋଲି SRC କହିଛନ୍ତି।

You might also like