ଆରପାରିରେ ଲୋକପ୍ରିୟ ନ୍ୟୁଜ୍‌ ଆଙ୍କର ସୁବୋଧ ନାୟକ

କଟକ : ଦୂରଦର୍ଶନ ତଥା ଆକାଶବାଣୀର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ପରଲୋକ। ଆଜି କଟକ ବଡ଼ ମେଡିକାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ୧୯୮୯ ମସିହାରୁ ସେ ଦୂରଦର୍ଶନରେ କାର୍ଯ୍ୟକରିବା ସହ ଅନେକ ଟେଲି ଫିଲ୍ମ ଓ ଧାରବାହିକରେ ଅଭିନୟ କରିଥିଲେ। ଏହାସହ ସେ ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ ଜଣାଶୁଣା।

You might also like