• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ରହିଛି ସଂକ୍ରମଣ । ଗତକାଲି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚି ଯାଇଛି ।  ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ସଂକ୍ରମଣର ହଟସ୍ପଟ ପାଲିଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୮୨୪, କଟକରୁ ୭୨୦ ପୁରୀରୁ ୭୦୮ ଜଣ, ଅନୁଗୁଳରୁ ୪୫୬, ବରଗଡରୁ ୪୫୦, କଳାହାଣ୍ଡିରୁ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮ , ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗୀରରୁ ୨୭୪, ନୟାଗଡ଼ରୁ ୨୬୯, ଭଦ୍ରକରୁ ୨୪୮, ବାଲେଶ୍ୱରରୁ ୨୩୦, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨, ଷ୍ଟେଟ୍‌ ପୁଲ୍‌ରୁ ୨୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟରେ ଆଜିଠୁ ପୁଣି ଜାରି ରହିବ ଭ୍ୟାକ୍ସିନେସନ ପ୍ରକ୍ରିୟା ।  ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ବିତ କରାଯିବ ।  କଟକରେ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଜବାହରଲାଲ୍ ଇନଡୋର ଷ୍ଟାଡିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା ।  ଇନଡୋର ଷ୍ଟାଡିୟମରେ ସକାଳ ୯ଟାରୁ ୧୨ଟା ଏବଂ ଦିନ ୩ଟାରୁ ସଂଧ୍ୟା ୫ଟା ଯାଏଁ ଟିକା ଦିଆଯିବ ।  ଯେଉଁମାନେ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ଆସିବା ପାଇଁ ସିଏମସି ପକ୍ଷରୁ ନିବେଦନ କରାଯାଇଛି । ସେହିପରି ନିର୍ଦ୍ଧାରିତ ସମୟରେ ଅନ୍ୟ ସେଣ୍ଟରରେ ମଧ୍ୟ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିବ ।

News-corona-positive-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories