ନବବଧୂଙ୍କ ଅାତ୍ମହତ୍ୟା ଅଭିଯୋଗ

ସ୍ୱାମୀ, ଶ୍ୱଶୁର ଓ ଶାଶୁକୁ ଗିରଫ କଲା ପୁଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମଳଙ୍ଗ ଗାଁରେ ନବବଧୁଙ୍କ ଅାତ୍ମହତ୍ୟା ଅଭିଯୋଗ। ଏପଟେ ତାଙ୍କ ଝିଅକୁ ମାରିଦିଅାଯାଇଥିବା ଅଭିଯୋଗ କରିଛନ୍ତି ନବବଧୂଙ୍କ ପରିବାର ଲୋକେ। ସେମାନେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବବଧୂଙ୍କ ସ୍ୱାମୀକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

ପରେ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସ୍ୱାମୀ, ଶ୍ୱଶୁର ଓ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ମଳଙ୍ଗ ଗାଁର ମୃତ୍ୟୁଞ୍ଜୟ ପାଢୀ ୩ ମାସ ତଳେ ପାଇକାସ୍ତା ଗାଁର ବଳରାମ ମିଶ୍ରଙ୍କ ଝିଅ ଗୀତାଞ୍ଜଳୀ ମିଶ୍ରକୁ ବିବାହ କରିଥିଲେ। ତେବେ ବୁଧବାର ରାତିରେ ଗୀତାଞ୍ଜଳି ରଶି ଲଗାଇ ଅାତ୍ମହତ୍ୟା ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ଶ୍ୱଶୁର ଘର ଲୋକେ ତାଙ୍କୁ ଗୋପାଳପୁର ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like