ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଜଣେ ଅଧିକାରୀ।
ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ଆଜି ସେ ଭୁବନେଶ୍ୱର ସ୍ଥିତ ଟ୍ରେଜେରି ଅଫିସ୍ରେ ଯୋଗ ଦେଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିବାବେଳେ ପ୍ରକୃତରେ କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ।
ଏହି ଘଟଣାକୁ ନେଇ ଖଣ୍ଡଗିରି ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଳାଷଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ଭୁବନେଶ୍ୱରରେ ସ୍ତ୍ରୀ ଓ ଛୁଆଙ୍କ ସେ ସହ ରହୁଥିଲେ।