ବଦଳିବେ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ

ଆଠଗଡ଼ (ନୀଳକଣ୍ଠ ଦୋରା) : ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍‌ଓ।

କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍‌ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍‌ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଏହାଛଡ଼ା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।

ଖମାର ନୂଆଗାଁର କୁନି ମହାରଣା ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଏହି ସମୟରେ ମେଡିକାଲ୍‌ ଗେଟ୍‌ରେ ତାଲା ପଡ଼ିଥିଲା। ଡାକ୍ତର ଆସିବେ ବୋଲି ଭାବି ମେଡ଼ିକାଲ୍‌ ବାରଣ୍ଡାରେ ବସିଥିଲେ କୁନି ମହାରଣା। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତରବାବୁ ଆସିନଥିଲେ। ଧୀରେ ଧୀରେ କୁନିଙ୍କ ଗର୍ଭ ଯନ୍ତ୍ରଣା ବଢ଼ିଥିଲା।

ଶେଷରେ ସେ ସେହି ମେଡ଼ିକାଲ୍‌ ବାରଣ୍ଡାରେ ପ୍ରସବ କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ୧୦୨ ଆମ୍ବୁଲାନ୍ସରେ ଆଠଗଡ଼ ବ୍ଲକ୍ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କୁନିଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ନବଜାତ ଶିଶୁଟିକୁ ଡାକ୍ତର ବଞ୍ଚାଇ ପାରିନଥିଲେ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like