ପୁଣି ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି।

ଆଜି ସକାଳେ ଜଙ୍ଗଲ ରାସ୍ତା ଦେଇ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଶିଶୁଟିକୁ ଦେଖିଥିଲେ। ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଜନ୍ଦା ପିମ୍ପୁଡ଼ି ଖାଉଥିବା ଦେଖି ସାଙ୍ଗେସାଙ୍ଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଶିଶୁଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡ଼ିଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନି।

You might also like