• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାରିପଦା: ମା’ କୋଳରୁ ପୁଣି ଶିଶୁକନ୍ୟା ଚୋରି ! ନବଜାତ ଶିଶୁକୁ ଦେଖିବାକୁ ଆସି ପ୍ରଥମେ ସମ୍ପର୍କ ଯୋଡ଼ିଲେ। ତା’ ପରେ ଗେଲ କରବାକୁ ଆସିଲେ। ଆଉ ଶେଷରେ ସାମାନ୍ୟ ଅନ୍ୟମନସ୍କତାରେ ଶିଶୁକନ୍ୟାକୁ ଚୋରି କରି ନେଇଗଲେ। ଏମିତି ଘଟଣା ଘଟିଛି ବାରିପଦା ପିଆରଏମ ମେଡିକାଲ କଲେଜ ପ୍ରସୂତି ବିଭାଗରେ।

ବାରିପଦ ମେଡିକାଲ କଲେଜ ପ୍ରସୂତି ବିଭାଗରେ ଜଣେ ମହିଳା ୪ ଦିନ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ପରେ ଦୁଇଜଣ ମହିଳା ଆସି ନବଜାତ ସନ୍ତାନର ବାପା-ମା’ଙ୍କ ସହ ସମ୍ପର୍କ ଯୋଡିଥିଲେ। ଗତକାଲି ଦୁହେଁ ଆସି ଶିଶୁଟିକୁ ଧରିବା ସହ ଗେଲ କରିଥିଲେ। ବାପା-ମା’ଙ୍କ ସାମାନ୍ୟ ଅନ୍ୟମନସ୍କତାର ସୁଯୋଗ ନେଇ ଶିଶୁ କନ୍ୟାକୁ ନେଇ ଦୁଇ ମହିଳା ଫେରାର ହୋଇ ଯାଇଥିଲେ।

ବହୁ  ଖୋଜାଖୋଜି କରିବା ପରେ ମହିଳା ଦ୍ୱୟଙ୍କୁ ନ ପାଇ ବାପା-ମା’  ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ।  ଏହା ପରେ ପୋଲିସ ବାରିପଦା ସହର ଉପକଣ୍ଠ ରାଗଧା ଅଞ୍ଚଳରୁ ୨ ମହିଳାଙ୍କୁ ଗିରଫ କରିବା ସହ ଶିଶୁଟିକୁ ଉଦ୍ଧାର କରିଛି। ନବଜାତ ଶିଶୁର ଅବସ୍ଥା ଭଲ ଅଛି। ଶିଶୁକନ୍ୟାକୁ ବାପା ମା’ଙ୍କୁ ହସ୍ତାନ୍ତର କରାଯାଇଛି।

ଗିରଫ ମହିଳାଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ସହଦେବଖୁଣ୍ଟା ଓ ଅନ୍ୟଜଣେ ମୟୂରଭଞ୍ଜ ଚାନ୍ଦୁଆ ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ସେମାନେ କାହିଁକି ପିଲା ଚୋରି କରିଥିଲେ ସେନେଇ ପୋଲିସ ତଦନ୍ତ କରୁଛି।

ଏ ସମ୍ପର୍କରେ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି, ‘ସିସି କ୍ୟାମେରାରୁ କୌଣସି ସୁରାକ ମିଳି ନ ଥିଲା। ଅନ୍ୟ ସୂତ୍ରରୁ ସୂଚନା ପାଇଁ ମହିଳା ଦ୍ୱୟଙ୍କୁ ଟ୍ରାକ୍‌ କରି ଧରିଥିଲେ। ତେବେ ସେମାନେ କାହିଁକି ଏପରି କାମ କଲେ ତାହାର ତଦନ୍ତ କରାଯାଉଛି।’

https://youtu.be/y6Fi-lDuMFs

Newborn-baby-girl-stolen-from-baripada-medical-college
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories