ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ

କାଉଣ୍ଟରରୁ ଟିକଟ ଅାଣିବାକୁ କହି ଛୁଅା ଚୋରି କଲେ ଅଜଣା ମହିଳା

ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ । ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ହେଲେ ଶନିବାର ଅପରାହ୍ଣରେ ପ୍ରସୂତିଙ୍କ ମା ଶିଶୁ କନ୍ୟାକୁ ଟୀକା ଦେବାକୁ ଅାଉଟଡୋରକୁ ନେଇଥିଲେ। ଏ ସମୟରେ ଜଣେ ଅଜଣା ମହିଳା କାଉଣ୍ଟରରୁ ଟିକଟ ଅାଣିବାକୁ କହି ଛୁଅାକୁ ଧରି ଚଂପଟ ମାରିଥିଲେ ।

ଏନେଇ ପୁଲିସକୁ ଜଣାଇବା ପରେ ବିଏନପୁର ଥାନା ଅଧିକାରୀ ମେଡ଼ିକାଲରେ ପହଞ୍ଚି ତଦନ୍ତ ଅାରମ୍ଭ କରିଛନ୍ତି।

You might also like