ନୂଆ ଆଶା, ଉଦ୍ଦୀପନା ସହ ଆରମ୍ଭ ହେଲା ବର୍ଷ ୨୦୧୯

ଭୁବନେଶ୍ୱର: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେଲା ବର୍ଷ ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର।  ନୂଆବର୍ଷକୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌, କ୍ଲବ୍‌ ଓ ପବ୍‌ରେ ନାଚଗୀତର ଆସର ଜମିଥିଲା। ନାଚି ଗାଇ କେକ୍‌ କାଟି ରାଜଧାନୀବାସୀ ନୂଆବର୍ଷକୁ ସ୍ୱାଗତ କରିଥିଲେ।

କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଳବ୍‌ରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ସହ ନାଚି ଗାଇ ବେଶ୍‌ ମଜା ଉଠାଇଥିଲେ।

ସେହିପରି ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ସମେତ ରାଜ୍ୟର ଅନେକ ସ୍ଥାନରେ ନୂଆବର୍ଷକୁ ବେଶ୍‌ ରଙ୍ଗୀନ ଭାବେ ଲୋକେ ସ୍ୱାଗତ କରିଥିଲେ।

You might also like