ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣାରେ ନାଟକୀୟ ମୋଡ଼

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣା ନାଟକୀୟ ମୋଡ଼ ନେଇଛି। ଯେଉଁମାନେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା ସେମାନଙ୍କ ସହିତ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସମସ୍ତେ ମାର୍ଚ୍ଚ ୨୮ ତାରିଖରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କେହି ସେମାନଙ୍କୁ ଅପହରଣ କରି ନାହାନ୍ତି। ବିଜେପି ମିଛ କହୁଛି।

ବିଜେପି ଦ୍ୱାରା ନିଜ ଅଞ୍ଚଳର ବିକାଶ ହେବ ବୋଲି ସେମାନେ ଆଶା କରିଥିଲେ କିନ୍ତୁ ଯେତେବେଳେ ଏହି ଆଶା ପୂରଣ ହେଲା ନାହିଁ, ବିକାଶଧାରାରେ ସାମିଲ ହେବାକୁ ବାଧ୍ୟ ହୋଇ ବିଜେଡିରେ ଯୋଗ ଦେଇଥିବା ଏହି ଜିଲ୍ଲା ପରିଷଦ ସଭ୍ୟମାନେ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ।

ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସରକାର ଷଡ଼ଯନ୍ତ୍ର କରୁଛି। ସିଧା ସଳଖ ତୃତୀୟ ମହଲାରୁ ନିର୍ଦ୍ଦେଶ ହେଉଛି, କାଳେ ଏଭଳି କଲେ ବିଜେପି ମଧ୍ୟରେ ବିଶୃଙ୍ଖଳା ହୋଇପାରେ, ବିଜେପିକୁ ଭାଗ କରି ଦେଇପାରେ ଏଭଳି ଯୋଜନା ନେଇ ସେମାନେ ବିଜେପିକୁ ସେଠି କାମ କରାଇ ଦେଉ ନାହାନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଜିଲ୍ଲା ପରିଷଦକୁ ଭାଙ୍ଗିବାକୁ ଉଦ୍ୟମ ହୋଇଛି। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅବଗତ କରାଇବୁ।

ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଆଶାତୀତ ସଫଳତା ପାଇଥିଲା। ବରଗଡ଼ ଜିଲ୍ଲା ପରିଷଦର ମୋଟ ୩୪ଟି ଆସନରୁ ୨୫ଟି ଆସନରେ ଜିତି ବିଜେପି ଜିଲ୍ଲା ପରିଷଦ ଗଠନ କରିଥିଲା। ଆଉ ମୁକ୍ତା ସାହୁ ଅଧ୍ୟକ୍ଷା ହୋଇଥିଲେ।  କିନ୍ତୁ ପରେ ଦଳର ଜଣେ ସଭ୍ୟ ସଂଯୁକ୍ତା ମାଝୀଙ୍କୁ ନିଲମ୍ବିତ କରାଯାଇଥିଲ। କାରଣ ସେ ବିଦ୍ରୋହ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ଦାବି କରିଥିଲେ। ବିଜେଡିର ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଥିଲେ। ଏବେ ୨୫ରୁ ୯ ଜଣ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା କହିବା ପରେ ବିଜେପି ପାଇଁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାଥାଉ କି, ଗତକାଲି ଅଭିଯୋଗ ହୋଇଥିଲା, ୨ ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ସୋହେଲାରେ ଲୁଚାଇ ରଖାଯାଇଛି। ଭେଡେନ ୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ସୁଷମା ଭୁଏ ଏବଂ ଅତାବିରା ୧ ନମ୍ବର ଜୋନର ସଦସ୍ୟ ପାର୍ବତୀ ଭୋଇଙ୍କୁ ଲୁଚାଇ ରଖାଯାଇଛି ବୋଲି ସେମାନଙ୍କ ସ୍ୱାମୀ ଓ ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏପରିକି ସେମାନେ ଏସ୍‌ପି ପଦ୍ମିନୀ ସାହୁଙ୍କୁ ମଧ୍ୟ ଜଣାଇଥିଲେ। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ୨ ସଦସ୍ୟଙ୍କୁ ବିଜେଡିରେ ମିଶାଇବା ଲାଗି ଲୁଚାଇ ରଖାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଗତ ୪ ତାରିଖରୁ ଏମାନେ ଘରକୁ ଫେରି ନାହାନ୍ତି।

ଆହୁରି ପଢ଼ନ୍ତୁ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

‘ଭୁଲ ଥିଲେ କ୍ଷମା କର’: ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଲକ୍ଷ୍ମୀକାନ୍ତଙ୍କ ଭାଇ

ଗିରଫ ହେଲେ କୋଟିପତି ଡିଏଫ୍ଓ

ସୌମ୍ୟ ପଟ୍ଟନାୟକ କରୋନା ଆକ୍ରାନ୍ତ

ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ OJEE

କୁଚିଣ୍ଡାରେ ଚାଞ୍ଚଲ୍ୟ; ଦାଦା ଓ ୪ ବର୍ଷର ପୁତୁରାକୁ ହତ୍ୟା

ଏଥର ରାଜ୍ୟରେ କେମିତି ପାଳନ ହେବ ସ୍ୱାଧୀନତା ଦିବସ? ଆସିଲା ଗାଇଡଲାଇନ୍‌

You might also like