ରେଲୱେ ଷ୍ଟେସନ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼; ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ମୃତ ମହିଳା ପୁଷ୍ପାଞ୍ଜଳି ବାରିକଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୋମବାର ଦିନ ପୁଷ୍ପାଞ୍ଜଳିଙ୍କ ମୃତଦେହ ବଲାଙ୍ଗିର ରେଲୱେ ଷ୍ଟେସନ ପଛପଟୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ୱାମୀ ମାଟିଆ ବାରିକଙ୍କ ଫୋନ୍‌ ସୁଇଚ ଅଫ ଥିବା ବେଳେ ସେ ଫେରାର ଅଛନ୍ତି।  ତେଣୁ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ବଲାଙ୍ଗିର ଜିଆର୍‌ପି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

You might also like