ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଏମିତି କଥା କହିଲେ ଆଦିତ୍ୟଙ୍କ ସାଙ୍ଗ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼ ନେଇଛି। ଏହି ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଆଦିତ୍ୟଙ୍କ ବନ୍ଧୁ ପପୁ ଏହି ମାମଲାରେ ଭିନ୍ନ ଦିଗକୁ ଇସାରା କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା।

୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି GRP। ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ମାମଲା ରୁଜୁ ହୋଇଛି।

ଆଦିତ୍ୟଙ୍କ ବନ୍ଧୁ କହିଛନ୍ତି, ବିବାହର କିଛି ଦିନ ଯାଏ ସେ(ଆଦିତ୍ୟ) ବିବାହକୁ ନେଇ ଚିନ୍ତାରେ ଥିଲେ। ବିବାହ କରି ଭୁଲ୍‌ କରିଛି ବୋଲି ଆଦିତ୍ୟ ତାଙ୍କୁ କହିଥିବା ପପୁ କହିଛନ୍ତି। ହେଲେ ଏଭଳି ସେ କାହିଁକି କହୁଥିଲେ ସେ ନେଇ କୌଣସି ତଥ୍ୟ ରଖି ନାହାନ୍ତି ପପୁ। ସେହିପରି ପପୁ, ଆଦିତ୍ୟ ସଂଗଠନର ଫଣ୍ଡରୁ ଟଙ୍କା ଉଠାଇଥିଲେ। ପ୍ରଥମେ ୩୦ ଓ ପରେ ୭୦ ହଜାର ଟଙ୍କା ସେ ଧାର ଆକାରରେ ନେଇଥିଲେ। ତେବେ ଏହା ଏତେ ବଡ଼ କଥା ନୁହେଁ ବୋଲି ପପୁ କହିଛନ୍ତି। ତେଣୁ ପୂରା ମାମଲାର ତଦନ୍ତ ଆବଶ୍ୟକ ବୋଲି ଆଦିତ୍ୟଙ୍କ ବନ୍ଧୁ ପପୁ କହିଛନ୍ତି।

ଅନ୍ୟପକ୍ଷରେ, ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଯାହା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଣ୍ଡରେ ଆଘାତ ଲାଗିଲା କିପରି ? ଆଘାତ କେଉଁଥିରେ ଲାଗିଛି ? ସେହି ଦିଗକୁ ନେଇ ଏବେ ପୋଲିସ୍ ଖୋଳତାଡ଼ ଆଗକୁ ବଢ଼ାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଆସିଲା ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like