ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା

ଖୋର୍ଦ୍ଧା : ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୁଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସେପଟେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନି ବରଂ ଧାର ଟଙ୍କା ନଫେରାଇ ଯୁବତୀ ଜଣକ ଏଭଳି ନାଟକ ରଚନା କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି।

ଖୋର୍ଦ୍ଧାରେ ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କିଏ ଠିକ୍? ଏତଲାରେ ଯୁବତୀ ଆଣିଥିବା ଅଭିଯୋଗ ନା ଅଭିଯୁକ୍ତଙ୍କ ପରିବାର ଲୋକେ ଯୁବତୀଙ୍କ ବିରୋଧରେ ଉଠାଇଥିବା ଆରୋପ ? ୨୪ ଘଣ୍ଟା ଭିତରେ ଏ ମାମଲା ଏବେ ଭିନ୍ନ ମୋଡ଼ ନେବାରୁ ଅଡୁଆରେ କମିଶରେଟ୍ ପୁଲିସ ।

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ପିଏନ୍ କଲେଜ୍ ସାମ୍ନା ଜାତୀୟ ରାଜପଥ କଡ଼ରେ ୨ ଜଣ ଯୁବକ ତାଙ୍କୁ କାରରୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଥିଲେ ଯୁବତୀ। ପରେ ଖୋର୍ଦ୍ଧା ମେଡିକାଲରେ ପୁଲିସକୁ ଦେଇଥିବା ଏତଲାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସଙ୍ଗୀନ ଅଭିଯୋଗ ବି ଆଣିଥିଲେ । ଅଭିଯୋଗ ଆଧାରରେ ଖୋର୍ଦ୍ଧା ପୁଲିସ ଏ ମାମଲାରେ ଜଟଣୀ ଅଞ୍ଚଳର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ଯୁବକଙ୍କୁ ଅଟକ ସହ ସଂପୃକ୍ତ କାରକୁ ବି ଜବତ କରିଛି। ତେବେ ମାମଲା ଆଜି ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର ପରେ ଏଠାକୁ ଆସି ଅଭିଯୋଗକାରିଣୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।

ଗୋଟିଏ ପଟେ ଯୁବତୀଙ୍କ ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ଓ ଅନ୍ୟପଟେ ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ । ପରେ ମାମଲାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛି ପୁଲିସ । ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭୁବନେଶ୍ୱର କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି।  ଗତକାଲି ଖୋର୍ଦ୍ଧା ମେଡିକାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ସରିଥିବାରୁ ଏବେ ସେ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ଏଣେ ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଖଣ୍ଡଗିରି ଥାନାକୁ ଯାଇ ଯୁବତୀଙ୍କ ଅଭିଯୋଗ ଶୁଣିବା ସହ ପୁଲିସ ସହ ଆଲୋଚନା କରି ମାମଲା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like