ଅନୁଭବଙ୍କୁ ଭଲ ବନ୍ଧୁର ପରିଚୟ ଦେଲେ ଜାଗ୍ରତି

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ନୂଆ ଟ୍ୱିଷ୍ଟ୍। ସାମ୍ନାକୁ ଆସିଛି ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗ୍ରତି। ଏଥିସହ ଜାଗ୍ରତି ଲେଖିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗ୍ରତି ଫେସବୁକରେ ଲେଖିଛନ୍ତି।

ଜାଗ୍ରତି ଆହୁରି ମଧ୍ୟ ଲେଖିଛନ୍ତି ଯେ, ସେ ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନଥିଲେ, ହେଲେ ଏବେ ସବୁ ସୀମା ଟପିଯାଇଛି ଏବଂ ସେ ଓ ତାଙ୍କ ପରିବାର ଏଥିପାଇଁ ବିଚଳିତ। ଘଟଣାରେ ସିଏମ୍ଓ ଓଡ଼ିଶାକୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ଜାଗ୍ରତି। ଏଥିସହ ଏଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଜାଭଡ଼େକର ଓ NCWକୁ ସେ ଅନୁରୋଧ କରିଛନ୍ତି। ଏପରିକି ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ଜାଗ୍ରତି।

କିଛି ଦିନ ତଳେ ସୋସିଆଲ ମିଡିରେ ଗାଳି ଗୁଲଜ କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଏନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ ସୋସିଆଲ ମିଡିଆରେ ତାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଅଶାଳୀନ ମନ୍ତବ୍ୟର ସ୍କ୍ରିନ୍‌ସଟ୍ ଥାନାରେ ଦାଖଲ କରିଥିଲେ।

You might also like