Aditya Das Death Mystery: ମୃତ୍ୟୁ ପଛରେ ସାଇକୋ ଲେଡି !

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌ ଆସିଛି।

ଜଣେ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଛନ୍ତି। ଆଦିତ୍ୟଙ୍କ ବାପା କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକ୍‌ ମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ଏପରିକି ବାହା ହେବା ପାଇଁ ସେ ଆଦିତ୍ୟଙ୍କୁ ବ୍ଲାକ୍‌ ମେଲିଂ ମଧ୍ୟ କରୁଥିଲେ।

ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ ଆମେ CBI ତଦନ୍ତ ଚାହୁଁଛୁ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି।

ସୂଚନାଥାଉ କି, ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନିକଟରେ ଆଦିତ୍ୟଙ୍କ ୩ ସହଯୋଗୀ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଥିଲା।

ଅନ୍ୟପକ୍ଷରେ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାସହ ଏହି ମାମଲାର CBI ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଏବେବି ସସ୍‌ପେନ୍ସ ଜାରି ରହିଛି। ପ୍ରଥମେ ଏହି ମାମଲାର ତଦନ୍ତ RPF କରୁଥିବା ବେଳେ ପରେ ଏହାକୁ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

You might also like