Aditya Das Death Mystery: ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା’ ବି କଲେ ବଡ଼ ଖୁଲାସା

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସମ୍ପୃକ୍ତି ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଏବେ ଆଦିତ୍ୟଙ୍କ ମା’ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ପୃକ୍ତ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଦିତ୍ୟଙ୍କ ମୃତ୍ୟୁ ପଛରେ ସଂପୃକ୍ତ ଯୁବତୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଆଦିତ୍ୟଙ୍କୁ ସେ ଏକତରଫା ଭଲ ପାଉଥିଲେ। ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ମଧ୍ୟ ଧମକ ଦେଉଥିଲେ।’

ଆଦିତ୍ୟଙ୍କ ମା’ ଆହୁରି କହିଛନ୍ତି, ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ଦିନ ସେ ଖୋଲାଖୋଲି ଧମକ ଦେଇଥିଲେ। ହାତ କାଟି, ଗୋଡ଼ କାଟି ଆତ୍ମହତ୍ୟା କରିବି ବୋଲି କହିଥିଲେ। ଆଦିତ୍ୟଙ୍କୁ ଧମକ ଦେଇ ଯୁବତୀ ଜଣକ କହିଥିଲେ, ଠିକ୍‌ ଜାଗାରେ ଠିକ୍‌ ଲୋକ ପହଞ୍ଚି ତୋତେ ମାରିବେ।

‘ଆମେ ସନ୍ଦେହ କରୁଛୁ, ମୋ ପୁଅ ମୃତ୍ୟୁ ପଛରେ ତା’ର(ସମ୍ପୃକ୍ତ ଯୁବତୀ) ହିଁ ସମ୍ପୃକ୍ତି ଅଛି। ଏନେଇ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ ଓ ଦୋଷୀକୁ ଫାଶୀ ମିଳୁ’ ବୋଲି ଆଦିତ୍ୟଙ୍କ ମା’ କହିଛନ୍ତି।

ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଏବେବି ସସ୍‌ପେନ୍ସ ଜାରି ରହିଛି। ପ୍ରଥମେ ଏହି ମାମଲାର ତଦନ୍ତ RPF କରୁଥିବା ବେଳେ ପରେ ଏହାକୁ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ପଢ଼ନ୍ତୁ: ମୃତ୍ୟୁ ପଛରେ ସାଇକୋ ଲେଡି !

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like