ଖେଳନା ବନ୍ଧୁକ ଦେଖାଇ ଲୁଟିନେଲେ ୧୦ଲକ୍ଷ

ଭୁବନେଶ୍ୱର: ଗୋଟିଏ ବ୍ୟକ୍ତି, ଦୁଇ ଦୁଇଟି ବ୍ୟାଙ୍କ୍ ଲୁଟ୍। ଗୋଟିଏ ମାସରେ ରାଜଧାନୀର ଦୁଇଟି ବ୍ୟାଙ୍କ୍ ଲୁଟ୍‌ରେ ରହିଛି ଗୋଟିଏ ବ୍ୟକ୍ତିର ସଂପୃକ୍ତି। କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍ ସ୍କାର୍ଡର ତଦନ୍ତରେ ପର୍ଦ୍ଦାଫାଶ ହୋଇଛି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ମାମଲା। ୭ ସେପ୍ଟେମ୍ବର କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି ମାସ  ୨୯ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ କରିଥିଲା ଜଣେ ବ୍ୟକ୍ତି। ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ କରିଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି। ତେବେ ସବୁଠୁ ବଡ଼ କଥା ହେଲା, ଉଭୟ ଘଟଣାରେ ଅଭିଯୁକ୍ତ ଖେଳନା ବନ୍ଧୁକ ଦେଖାଇ ଲୁଟ୍ କରିଛି। କଳାରାହାଙ୍ଗ ଲୁଟ୍‌ରେ ଗୋଟିଏ ଏବଂ ବରିମୁଣ୍ଡ ବ୍ୟାଙ୍କରେ ଦୁଇଟି ବନ୍ଧୁକ ଦେଖାଇ ଲୁଟିଛି ୧୦ ଲକ୍ଷ ଟଙ୍କା। ଦୁଇଟି ଲୁଟ୍‌ରେ ଲୁଟେରାର ଚେହେରା ଓ ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ ତଦନ୍ତ ପରିସରକୁ ଆଣି ଏହି ମାମଲା ଉପରୁ ପରଦା ହଟାଇଛି ସ୍ପେଶାଲ ସ୍କାର୍ଡ।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ଅନଲାଇନ୍‌ରେ ଲୁଟ୍ କରିବାର ଉପାୟ ଶିଖିଥିଲେ। ସୋସିଆଲ୍ ମିଡିଆରେ ଲୁଟ୍ ସମ୍ପର୍କରେ ଶିଖିବା ପରେ ଖେଳଣା ବନ୍ଧୁକରେ ଦୁଇଟି ବ୍ୟାଙ୍କରୁ ଲୁଟ୍‌ କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଉପକଣ୍ଠ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ? ଢିଲା ସୁରକ୍ଷା ପାଇଁ ରାଜଧାନୀ ଉପକଣ୍ଠ ବ୍ୟାଙ୍କକୁ ଟାର୍ଗେଟ କରୁଥିଲା କି ଅଭିଯୁକ୍ତ ? ଗିରଫ ଅଭିଯୁକ୍ତଠୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆହୁରୀ ଅନେକ ତଥ୍ୟ ମିଳିଥିବା ଜଣାପଡ଼ିଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ କମିଶରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

You might also like