ଯଦି ଡକ୍ୟୁମେଣ୍ଟ ଘରେ ରହିଥିବ, ଦେଖାଇଲେ ଜରିମାନା ଫେରସ୍ତ ମିଳିବ

 ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଚାଲିଛି ଟ୍ରାଫିକ୍ ଧରପଗଡ଼।  କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଫଳରେ ଅମାନିଆ ଗାଡ଼ି ଚାଳକ ଏବେ ଗଣୁଛନ୍ତି ମୋଟା ଅଙ୍କର ଫାଇନ୍‌।

ତେବେ ଏହି ନୂଆ ନିୟମରେ ଲୋକେ ଆତଙ୍କିତ ନ ହୋଇ ଏଥିରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆରଟିଓ ଟୁ ସଂଜୟ ବେହେରା। କହିଛନ୍ତି, ଜଣେ ସବୁ ପ୍ରକାର ଡକ୍ୟୁମେଣ୍ଟ ଦେଖାଇ ନପାରିବାରୁ ଜରିମାନା ହେଉଛି। ଯଦି ଡକ୍ୟୁମେଣ୍ଟ ଘରେ ରହିଥିବ, ଦେଖାଇଲେ ଜରିମାନା ଫେରସ୍ତ ମିଳିବ।

ସବୁ ଡକ୍ୟୁମେଣ୍ଟର ହାର୍ଡକପି ମଧ୍ୟ ପାଖରେ ରଖିବା ଜରୁରୀ ନୁହେଁ। ଏଣୁ ଲୋକେ ମୋବାଇଲରେ ମଧ୍ୟ ଡକ୍ୟୁମେଣ୍ଟ ରଖି ଦେଖାଇ ପାରିବେ।

ସେପଟେ ଭୁବନେଶ୍ୱର ନାଲକୋ ଛକରେ ସରକାରୀ ଗାଡ଼ିକୁ ୧୫ ହଜାର ଫାଇନ୍ ହୋଇଛି। BMC ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏଇ ଗାଡ଼ିଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ନେବାରୁ ଏହି ଜରିମାନା ଆଦାୟ କରାଯାଇଛି।  ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ପରମିଟ୍ ନ ଥିବାରୁ ୧୦ ହଜାର ଜରିମାନା ଆଦାୟ ହୋଇଛି।

You might also like