ନିୟମକୁ ଫୁ ; ଏଠାରେ ଟ୍ରାଫିକ୍ ଯାଞ୍ଚ ହେଉନି

ବଲାଙ୍ଗିର : ନୂଆ ମୋଟର୍ ଯାନ ନିୟମ ଲାଗୁ ହେବା ପରେ ଏବେ କଡ଼ାକଡ଼ି ହେଉଛି ଟ୍ରାଫିକ୍ ଯାଞ୍ଚ। ରାଜଧାନୀ ଭୁବନେଶ୍ୱର, କଟକ ସମେତ ଅନ୍ୟ ସହରରେ ଲୋକଙ୍କୁ ଏନେଇ କରାଯାଉଛି ସଚେତନ। ତେବେ ବିଡ଼ମ୍ବନାର ବିଷୟ ଯେ, ବଲାଙ୍ଗିରରେ ଏବେ ସୁଦ୍ଧା ନିୟମକୁ କଡ଼ାକଡ଼ି ଲାଗୁ ହୋଇନି।

ନା ଟ୍ରାଫିକ୍ ସିଗନାଲ୍, ନା ଅନ୍ୟ ଛକରେ କେଉଁଠି ବି ଯାଞ୍ଚ ହେଉନି । ଲୋକେ ପୂର୍ବ ଭଳି ନିୟମ ଉଲ୍ଲଂଘନ କରୁଛନ୍ତି। ନିୟମ ମାନିବା ତ ଦୂରର କଥା ବହୁ ସଂଖ୍ୟାରେ ବାଇକ୍ ଚାଳକ ବିନା ହେଲମେଟ୍‌ରେ ଯାଉଥିବା ବେଳେ ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିବା ଦେଖିବାକୁ ମିଳୁଛି।

You might also like