ନୂଆ ଟ୍ରାଫିକ୍ ନିୟମକୁ ନେଇ ହଇଚଇ ; ଆରଟିଓ ଅଫିସରେ ଭିଡ଼

ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ। ଜୋରଦାର ଧରପଗଡ଼ ସହ କଡ଼ା ଆର୍ଥିକ ଜୋରିମାନା ରାଜଧାନୀର ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଖିଲାପକାରୀ ଏବେ ପଡ଼ୁଛନ୍ତି ନୂଆ ଆଇନର ଜାଲରେ। କିଏ କାନମୁଣ୍ଡା ଆଉଁସି ତଣ୍ଡ ଗଣୁଛନ୍ତି ତ ଆଉ କିଏ କାଗଜପତ୍ର ଅପ-ଟୁ-ଡେଟ୍ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି। ସେପଟେ ଆଇନକୁ କଡ଼ାକଡ଼ା ଭାବେ ପାଳନ କରିବା ପାଇଁ ପଣ କରିଥିବା ପୁଲିସ ଏବଂ ପରିବହନ ବିଭାଗ ନିଜ ଜିଦ୍‌ରେ ଅଟଳ।

ଗତକାଲି ଜଣେ ଅଟୋ ଡ୍ରାଇଭର ୪୭ ହଜାର, ଆଉ ଆଜି ଅନ୍ୟ ଜଣେ ଅଟୋ ଡ୍ରାଇଭର ୨୭ ହଜାର ୫ଶହ ଟଙ୍କା ଫାଇନ୍ ଦେଇଥିବା ସୂଚନା ମିଳିଛି। ଜରିମାନାର ଏହି ପାହାର ଦେଖି ଛାତିରେ ଛନକା ପଶିଯାଉଛି ଅନ୍ୟ ଗାଡ଼ି ଚାଳକଙ୍କ ମନରେ। ଏକଦା ପଲ୍ୟୁସନ ଚେକିଂ ଭେଇକିଲ୍ ନିକଟରେ କାଉ କୋଇଲି ଉଡୁନଥିଲେ । ସେଠି ଏବେ ମହୁଫେଣା ଭଳି ଘେରିଯାଇଛନ୍ତି ଗାଡ଼ି ଚାଳକ।

ସେହିପରି ଆର୍‌ଟିଓ ଅଫିସରେ ବି ସୋରିଷ ପକାଇବା ଜାଗା ନାହିଁ। ସେପଟେ ଚାଲିଛି ଜୋରଦାର ଧରପଗଡ଼। ଆଜି ବିଏମ୍‌ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଗୁଡ୍ସ ପରିବହନ ଗାଡ଼ିରେ ଲୋକଙ୍କୁ ବସାଇ ନେଉଥିବାବେଳେ ଧରିଛି ଆର୍‌ଟିଓ-୨ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଆଉ ମୋଟ ୧୫ ହଜାର ଟଙ୍କାର ଲଗାଇଛି ଜରିମାନା। ତେବେ ରାଜଧାନୀରେ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲେ ବି ବାଲେଶ୍ୱରରେ କିନ୍ତୁ କିଛି ଫରକ୍ ପଡୁନି। ଯିଏ ଯେମିତି ପାରିଲେ ଗାଡ଼ି ଚଳାଇଲେ। ନା ଟ୍ରାଫିକ୍ ପୁଲିସ ନା ସ୍କ୍ୱାର୍ଡ, କାହାର ଦେଖା ହିଁ ନାହିଁ।

ତେବେ ଆଇନରେ ଥିବା ପ୍ରାବଧାନକୁ ପ୍ରାଞ୍ଜଳ ଭାବେ ବୁଝାଇଛନ୍ତି ପରିବହନ ଅଧିକାରୀ । ଗାଡ଼ି ଚାଳକ ଯଦି ଜରିମାନା ଦେବା ପରେ ସଠିକ୍ କାଗଜପତ୍ର ଦେଖାଇପାରିବେ, ତେବେ ଜରିମାନା ବାବଦ ରାଶିରୁ କିଛି କଟିଯାଇପାରେ। ସେହିପରି ବାଇକ୍‌ରେ ୨ ଜଣ ବୟସ୍କ ଓ ଜଣେ ୧୨ ବର୍ଷରୁ କମ୍ ବୟସର ପିଲା ଯାଇପାରିବେ । କିନ୍ତୁ ସମସ୍ତେ ହେଲମେଟ୍ ପିନ୍ଧିବା ବାଧ୍ୟ। ଗାଡ଼ି କିଣିବାର ବର୍ଷକ ପରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି ପରିବହନ ଅଧିକାରୀ କହିଛନ୍ତି।

ସେହିପରି ହାର୍ଡକପି ବଦଳରେ କେନ୍ଦ୍ର ସରକାରଙ୍କ ଆପ୍ଲିକେସନ୍ ଏମ୍-ପରିବହନ କିମ୍ବା ଡିଜି ଲକର୍ ଇନଷ୍ଟଲ୍ କରି ନିଜର ଭେହିକିଲ୍ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଦେଖାଇପାରିବେ ବୋଲି କହିଛନ୍ତି ପରିବହନ ଅଧିକାରୀ।

ଦେଶବ୍ୟାପି ନୂଆ ଟ୍ରାଫିକ୍ ନିୟମ ଏବଂ ଜରିମାନାର ପ୍ରାବଧାନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି, ଦେଶରେ ବଢ଼ୁଥିବା ଦୁର୍ଘଟଣା ହାରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଲୋକଙ୍କ ସଚେତନତା ପାଇଁ ଅଧିକ ଜରିମାନା ଆଦାୟ କରାଯାଉଛି ବୋଲି ଉଭୟ କହିଛନ୍ତି।

ଆଇନ ଉଲଂଘନକାରୀଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଅବଶ୍ୟ ସ୍ୱାଗତଯୋଗ୍ୟ। କିନ୍ତୁ ବିପର୍ଯ୍ୟସ୍ତ ରାସ୍ତା ଓ ପାର୍କିଂ ବ୍ୟବସ୍ଥାର ଅବସ୍ଥା ସୁଧୁରିବ କେବେ, ତାହା ବଡ଼ ପ୍ରଶ୍ନ।

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like