ସେପ୍ଟେମ୍ବରରୁ ନୂଆ ଟ୍ରାଫିକ ନିୟମ: ଲାଇସେନ୍ସ ନଥିଲେ ୫ହଜାର ଜରିମାନା

ଭୁବନେଶ୍ୱର: ସାବଧାନ ! ଏଣିକି ଟ୍ରାଫିକ୍‌ ନିୟମ ହେବ କଡ଼ାକଡି । ଏହି ନିୟମ ନ ମାନିଲେ ଜରିମାନା ତ ନିଶ୍ଚୟ ଦେବାକୁ ପଡ଼ିବ । ହେଲେ କେତେ ଦେବାକୁ ପଡ଼ିବ ଜାଣିଲେ ହୋଶ ଉଡ଼ିଯିବ।

କାରଣ ଜରିମାନା ପରିମାଣ ପୂର୍ବଠାରୁ କାହିଁ କେତେ ଗୁଣ ଅଧିକ।  ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଏହି ନୂଆ ଟ୍ରାଫିକ୍ ନିୟମ।   ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ।

ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ନଥିଲେ  ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ହେଲେ ନୂଆ ନିୟମ ଅନୁସାରେ ଏବେ ୫ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ସେହିପରି ମଦ୍ୟପାନ କରି ଗାଡି ଚଳାଇଲେ ପୂର୍ବରୁ ୨ହଜାର ଟଙ୍କା ଫାଇନ୍ ଥିବା ବେଳେ ଏବେ ଏହାକୁ ୧୦ ହଜାର ଟଙ୍କା କରାଯାଇଛି॥ ସ୍ପିଡ୍ ଡ୍ରାଇଭ ପାଇଁ ପୂର୍ବରୁ ୫ଶହ ଟଙ୍କା ଫାଇନ ଥିବା ବେଳେ ଏବେ ୫ ହଜାର ଟଙ୍କା କରାଯାଇଛି ।

ଏପଟେ ସିଟ୍ ବେଲ୍ଟ ବାନ୍ଧି ନଥିଲେ ଚାଳକ ପୂର୍ବରୁ ଶହେ ଟଙ୍କା ଦେଉଥିବା ବେଳେ ଏବେ ୧ ହଜାର ଟଙ୍କା ଗଣିବେ । ସେହିପରି ଦୁଇ ଚକିଆ ଯାନରେ ୩ଜଣ ବସିଲେ ଶହେ ଟଙ୍କା ଫାଇନ୍ ଥିବା ବେଳେ ଏବେ ୨ହଜାର ଟଙ୍କା ଦେବାକୁ ପଡ଼ିବ । ପୋଲିସ ଏବେ ଇ-ଚାଲାଣ ମାଧ୍ୟମରେ ଏହି ଜରିମାନା ଆଦାୟ କରିବ ବୋଲି  ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ

ଡିନାମାଇଟ୍‌ ଦେଇ ନଦୀବନ୍ଧ ଉଡାଇବା ଅଭିଯୋଗ; ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ କଲେ ଲୋକାୟୁକ୍ତ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

You might also like