ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନରେ ଥିବା ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।  ନୂଆ ଆଇନରେ ଅଧିକ ଫାଇନ ଥିବାରୁ ଏହା ଲୋକଙ୍କୁ ବାଧୁଥିବା ସରକାର ହୃଦବୋଧ କରିଛନ୍ତି ବୋଲି ମନ୍ତ୍ରୀ କହିବା ସହ ଏହି ଆକ୍ଟର ଫାଇନ ବ୍ୟବସ୍ଥାରେ ନୂଆ ରୁଲ୍ସ ଆଣିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି।

ବିଭାଗର ଥିବା ଇଚ୍ଛାଧିନ କ୍ଷମତା ପ୍ରୟୋଗ କରି ବିଧି ବ୍ୟବସ୍ଥାର ପରିଧି ଭିତରେ କେତେ ଫାଇନ କମ୍‌ କରାଯାଇପାରିବ ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଆସନ୍ତାକାଲି ଏନେଇ ବିଭାଗର ବୈଠକ ବସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ନୂଆ ଆଇନ କେନ୍ଦ୍ର ସରକାର ଲାଗୁ କରିଥିବାରୁ ଏହି ଆକ୍ଟ ପରିବର୍ତ୍ତନ କରିବା ଅଧିକାର ରାଜ୍ୟ ସରକାରଙ୍କର ନାହିଁ ; ତେବେ ରୁଲ୍ସରେ ପରିବର୍ତ୍ତନ ନେଇ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like