ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲଙ୍କ ନୂଆ ରଣନୀତି

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲ ଆପଣାଇଛନ୍ତି ନୂଆ ରଣନୀତି। ନକ୍ସଲ ସଦୃଶ ଦେଖା ଯାଉଥିବା ଧାନ ନଡାରେ କଣ୍ଢେଇ ତିଆରି କରି ତାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ରଖିଛନ୍ତି। ଏଗୁଡ଼ିକୁ ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି।। ସବୁ କଣ୍ଢେଇ ହାତରେ ବନ୍ଧୁକ ସଦୃଶ ପ୍ରତିକୃତି ରହିଛି।

ଛତିଶଗଡ଼ର ସୁକ୍‌ମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଙ୍ଗଲ ଭିତରୁ ଏଭଳି ୪ଟି କଣ୍ଢେଇ ଜବତ କରାଯାଇଛି।

ନକ୍ସଲ ଭାବି ସୁରକ୍ଷାକର୍ମୀମାନେ ଏଗୁଡ଼ିକୁ ଆକ୍ରମଣ କରିବାକୁ ଯୋଜନା କଲା ବେଳେ ସେମାନଙ୍କ ଉପରେ ଅଚାନକ ଆକ୍ରମଣ କରିବାକୁ ନକ୍ସଲମାନେ ଏମିତି ରଣନୀତି ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି।

ନକ୍ସଲ ସଂଗଠର ନୂଆ ମହାସଚିବ ଭାବେ ଦାୟିତ୍ୱ ନେଇଛନ୍ତି କେଶବ ରାଓ। ବୋମା ଖଞ୍ଜିବାରେ ମାହିର କେଶବ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି।

 

 

 

 

You might also like