• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଚିନ୍ତା। ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଅତିରିକ୍ତ ସ୍ପିଲେୱ। ଡ୍ୟାମ୍‌ର ଉଭୟ ବାମ ଓ ଡାହାଣ ପାର୍ଶ୍ୱରେ ମୃତ୍ତିକା ପରୀକ୍ଷା କରାଯାଇ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲେୱ ନିର୍ମାଣ ହେବ।

ତୁର୍କୀର ଇଜିସ ନାମକ ସଂସ୍ଥା ସହ ଜଏଣ୍ଟ ଭେଞ୍ଚରରେ ଏହି କାମ ହାତକୁ ନେଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଡ୍ୟାମ୍‌ ନିର୍ମାଣରେ ସେହି ସଂସ୍ଥାର ଖ୍ୟାତି ଥିବାରୁ ସ୍ପିଲେୱ କାମ ତୁର୍କୀର ଇଞ୍ଜିନିୟରିଂ କୌଶଳରେ କରାଯିବ।

୮୫ ମିଟର ଦୈର୍ଘ୍ୟର ଏହି ସ୍ପିଲେୱରେ ୫ଟି କ୍ରେଷ୍ଟ ଗେଟ୍ ରହିବ। ଫଳରେ ସେକେଣ୍ଡକୁ ୩ ଲକ୍ଷ ୨୨ ହଜାର ଘନ ଫୁଟ ଜଳ ନିଷ୍କାସିତ ହୋଇ ପାରିବ।

ତେବେ ପ୍ରକଳ୍ପ ଲାଗି ବିସ୍ଥାପିତ ହେବାକୁ ଥିବା ଲୋକେ ପୂର୍ବରୁ ବିରୋଧ କରି ଆସୁଥିଲେ ମଧ୍ୟ ପୁର୍ନବାସ ଓ ଥଇଥାନ ବ୍ୟବସ୍ଥା କରିବା ପରେ ସେମାନେ ସହମତି ପ୍ରକାଶ କରିଛନ୍ତି। ହୀରାକୁଦ ଡ୍ୟାମ୍‌ ପାଖ ମହମ୍ମଦପୁରଠାରେ ସେମାନଙ୍କ ଲାଗି ବିସ୍ଥାପନ କଲୋନୀ ନିର୍ମାଣ ସହ ଆର୍ଥିକ କ୍ଷତି ପୂରଣର ମଧ୍ୟ ବ୍ୟବସ୍ଥା ହୋଇଛି।

ଏବେ ହୀରାକୁଦ ଡ୍ୟାମ୍‌ରେ ୬୪ଟି ସ୍ଲୁଇସ୍‌ ଗେଟ ଥିବା ବେଳେ ୩୪ଟି କ୍ରେଷ୍ଟ ଗେଟ ଦେଇ ବନ୍ୟାଜଳ ନିଷ୍କାସନର ବ୍ୟବସ୍ଥା ରହିଛି। ନୂଆ ସ୍ପିଲେୱ ନିର୍ମାଣ ଦ୍ୱାରା ଡ୍ୟାମ୍‌ ଉପରେ ଚାପ କମିବା ସହ ଅଧିକ ପରିମାଣରେ ବନ୍ୟାଜଳ ନିଷ୍କାସନ ହୋଇପାରିବ।

https://youtu.be/rYiM-RckGpo

New-spillway-to-be-constructed-at-hirakud-dam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories