କାଲି ପରୀ ପରିବାରକୁ ଭେଟିବାକୁ ଯିବେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି। ଆଜି ସନ୍ଧ୍ୟା ବେଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା।

ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କିଛି କହିନଥିଲେ ରାଜ୍ୟ ବିଜେପି ପ୍ରଭାରୀ। ରାଜ୍ୟର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିବେ ବୋଲି ପୁରନ୍ଦେଶ୍ୱରୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟରେ ପହଞ୍ଚିବା ପରେ ପ୍ରଥମ କାର୍ଯ୍ୟକ୍ରମରେ ସେ ପରୀ ପରିବାରକୁ ଭେଟିବ। ଆସନ୍ତକାଲି ପରୀ ପରିବାରକୁ ଭେଟିବାକୁ ନୟାଗଡ଼ ଯିବେ ପୁରନ୍ଦେଶ୍ୱରୀ।

 

You might also like