ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ୫ ହଜାର, ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଗଣିବେ

ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ଲାଗୁ ହେଲା ନୂଆ ଟ୍ରାଫିକ ନିୟମ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି ବେନିୟମ ଗାଡ଼ି ଚାଳକ ହୁସିଆର୍ ରୁହନ୍ତୁ। କାହିଁକି ନା ଆଜିଠାରୁ ଲାଗୁ ହୋଇଛି କଡା ଟ୍ରାଫିକ୍ ନିୟମ। ଶହେ କି ପାଞ୍ଚ ଶହ ନୁହେଁ, ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ।

କେନ୍ଦ୍ର ପରିବହନ ମନ୍ତ୍ରାଳୟର ଏହି ନୂଆ ଟ୍ରାଫିକ ନିୟମ ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ଲାଗୁ ହେବାକୁ ଯାଉଛି। 

ଜାଣନ୍ତୁ ନୂଆ ଟ୍ରାଫିକ୍‌ ନିୟମରେ କ’ଣ ସବୁ ରହିଛି…

  • ଏଣିକି ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ଶହ ବଦଳରେ ୫ ହଜାର ଦେବାକୁ ପଡ଼ିବ।
  • ମଦ୍ୟପାନ କରି ଗାଡ଼ି ଚଲାଇଲେ ୨ ହଜାର ବଦଳରେ ୧୦ ହଜାର।
  • ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ଶହ ବଦଳରେ ୫ ହଜାର ଟଙ୍କା ତଣ୍ଡ ଗଣିବେ।
ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ଓ ‘ନୋ ଓଭର ଟେକିଂ ଜୋନ୍’ରେ ଅନ୍ୟକୁ ଓଭରଟେକିଂ କଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଏହି ଭୁଲ୍ କଲେ ଜୋରିମାନା ପରିମାଣ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇବ।
  • ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିଲେ ୧ ହଜାର ଏବଂ ୨ଚକିଆ ଯାନରେ ୩ ଜଣ ବସିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଏପରିକି ସ୍ଥଳ ବିଶେଷରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।
  • ସେହିପରି ଯଦି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ବାଟ ନ ଛାଡ଼ିଲେ ତେବେ ଅତିକମ୍‌ରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ବିନା କାରଣରେ ପ୍ରତିବନ୍ଧିତ ଅଞ୍ଚଳରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା, ସାଇଲେନ୍ସରରୁ ଧୂଆଁ ବାହାରିଲେ ହଜାରେ ଟଙ୍କା ଜୋରିମାନ ଦେବାକୁ ପଡ଼ିବ।
  • ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like