ବିବାହରେ ପ୍ରୋସେସନ୍‌ ସମ୍ପୂର୍ଣ୍ଣ ବନ୍ଦ, ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି। ଗାଇଡ୍‌ ଲାଇନ୍‌ ଅନୁସାରେ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, ରୋଷେୟାଙ୍କୁ ମିଶାଇ ୫୦ ଜଣ ଉପସ୍ଥିତ ରହିପାରିବେ। ତେବେ ଅନ୍ୟାଦେଶ ଯାଏଁ ବିବାହ ପ୍ରୋସେସନ ସଂପୂର୍ଣ୍ଣ ବନ୍ଦ କରାଯାଇଛି।

କେବଳ ସେତିକି ନୁହେଁ, ଖାଇବା ଓ ବସିବା ପାଇଁ ସିଟ୍ ବ୍ୟବସ୍ଥା ଏଭଳି ହେବା ଜରୁରୀ,ଯାହାଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ମିଟରର ବ୍ୟବଧାନ ରହୁଥିବ। ଏହାସହ ୬୫ ବର୍ଷରୁ ଊର୍ଦ୍ଧ୍ୱ, ୧୦ ବର୍ଷରୁ କମ୍, ଗର୍ଭବତୀଙ୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଉଭୟ କାର୍ଯ୍ୟ ପାଇଁ ନିକଟ ଥାନାର ଅନୁମତି ଆବଶ୍ୟକ। ଉଭୟ କାର୍ଯ୍ୟରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ପାନ ଛେପ ପକାଇବାକୁ ବାରଣ କରାଯାଇଛି।

ଆଗରୁ କଣ ଥିଲା ଗାଇଡ୍‌ ଲାଇନ୍‌ ଜାଣନ୍ତୁ:-

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ BMC ପୂର୍ବ ଗାଇଡ୍‌ ଲାଇନ୍‌ ଥିଲା ଯେ  ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯାଇଥିଲା। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିଥିଲା। ଏହାସହ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଲଥିଲା BMC।

କଟକ: ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯାଇଥିଲା। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିଥିଲା। ଏହାସହ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଲଥିଲା CMC।

ସେହିପରି ଯଦି କାହାରି ମୃତ୍ୟୁ ହୁଏ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ଉଭୟ ମୃତ୍ୟୁ ହୋଇଥିବା ସ୍ଥାନ ଓ ଅନ୍ତିମ ସଂସ୍କାର ହେବାକୁ ଥିବା ସ୍ଥାନର ଥାନାକୁ ଲିଖିତ ଭାବେ ଅବଗତ କରିବାକୁ ପଡ଼ିବ। ଅନ୍ତେଷ୍ଟିରେ ପରିବାର ସଦସ୍ୟ,ବନ୍ଧୁବାନ୍ଧବ, ପୂଜାରୀ ଆଦିଙ୍କୁ ମିଶାଇ ସର୍ବାଧିକ ୨୦ଜଣରୁ ଅଧିକ ହେବେ ନାହିଁ।

ଉଭୟ ବିବାହ ଓ ଅନ୍ତେଷ୍ଟି ପାଇଁ ଜାରି ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ପରିବାରର ମୁଖ୍ୟ ଓ ଯେଉଁ ସ୍ଥାନରେ ହେଉଛି ତା’ର ସତ୍ତ୍ୱାଧିକାରଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ କହିଛି।

You might also like