ଶବ ସତ୍କାର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାରରେ ବିଳମ୍ବ ହେଉଥିବାରୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ମେଡିକାଲ କଲେଜ୍ ସୁପରିଟେଣ୍ଡେଣ୍ଟ୍ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।

ଏହି ଚିଠି ଅନୁସାରେ, କିଛି ସ୍ଥାନରେ ସ୍ୱାବ୍ ସଂଗ୍ରହ ଓ ପରୀକ୍ଷା ପୂର୍ବରୁ କୋଭିଡ୍ ଲକ୍ଷଣ ବ୍ୟକ୍ତି ଥିବା କିମ୍ବା କ୍ୱାରେଣ୍ଟିନରେ ଥିବା ଅବସ୍ଥାରେ ମୃତ୍ୟୁ ହେଲେ ମୃତ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କିମ୍ବା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବନି। ପରିବାର ସହ ପରାମର୍ଶ ପରେ କୋଭିଡ୍ ନିୟମ ଅନୁସାରେ ମୃତଦେହ ସଂସ୍କାର କରାଯିବ।

କେତେକ ସ୍ଥାନରେ ଏପରି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ଏବଂ ପରିବାର ଲୋକେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବାରୁ ଖବର ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଯାଇଛି।

You might also like