ସୁନ୍ଦରଗଡ଼: ସାରା ଦେଶରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ନୂଆ ୪୬୨ଟି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ। ସେଥି ମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍ ପ୍ରତିଷ୍ଠା ହେବ।
ଏନେଇ ସୁନ୍ଦରଗଡ଼ ସର୍କିଟ୍ ହାଉସ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ପ୍ରତି ମଡେଲ୍ ସ୍କୁଲ ନିର୍ମାଣ ଲାଗି ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ପ୍ରତି ପିଲାଙ୍କ ପିଛା ଦିଆଯାଉଥିବା ୬୧ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇ ଏହା ୧ ଲକ୍ଷ ୯ ହଜାର ଟଙ୍କା କରାଯାଇଛି।
ଏଥିସହ ବିଦ୍ୟାଳୟ ପରିଚାଳନା ଲାଗି ନବୋଦୟ ବିଦ୍ୟାଳୟ ସମିତି ଢାଞ୍ଚାରେ କମିଶନରେଟ୍ ପ୍ରତିଷ୍ଠା କରାଯିବ ବୋଲି ଜୁଏଲ କହିଛନ୍ତି।