• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ  ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିହେବନି। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢେଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଅନିଶ୍ଚିତତା ଭିତରେ ଦେଇ ଗତିକରୁଛି ଆନ୍ତ ରାଜ୍ୟ ବସ ଚଳାଚଳ ପ୍ରସଙ୍ଗ। କାରଣ ଏବେ ସୁଦ୍ଧା ଏନେଇ କିଛି ନିଷ୍ପତ୍ତି ହୋଇନି। କୌଣସି ରାଜ୍ୟ ସହ ଏନେଇ କଥା ହୋଇନୁ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ରଥଯାତ୍ରା ପାଇଁ ବସ୍ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି। ସବୁଥର ରଥଯାତ୍ରା ପୂର୍ବରୁ ୨ଥର ବୈଠକ ବସେ ହେଲେ ଏପର୍ଯ୍ୟନ୍ତ ବୈଠକ ହୋଇନି। ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଭାଗ ପ୍ରସ୍ତୁତ ହେବ।

ସେପଟେ OSRTC ବସ ଚଳାଚଳ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ୬୬ ରୁଟରୁ  ୨୦ଟି ରୁଟରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି, ଅତିବେଶିରେ ୫ ଜଣ ହେଉଛନ୍ତି। ତେଣୁ କେତେ କ୍ଷତିରେ ଚାଲିବ ବସ, ବାଧ୍ୟ ହୋଇ ବନ୍ଦ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

https://www.youtube.com/watch?v=Bz6TFyciwa0

New-dl-ll-cannot-be-applied-before-september-odisha-transport-minister
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories