ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ରାଉରକେଲା: ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ନମ୍ବର ୨୦୮୧୮ରେ ଆଜି ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଅନ୍ୟପଟେ, ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଷ୍ଟେସନ ପୂର୍ବରୁ ତିଲ୍‌କା ନଗର ନିକଟରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ର ବି-୭ କୋଚ୍‌ରେ ନିଆଁ ଲାଗିଥିଲା। କୋଚ୍ ଭିତରରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ କାଚ ଭାଙ୍ଗି ଧୂଆଁ ସବୁ ବାହାର କରାଯାଇଥିଲା। ତେବେ ଧୂଆଁ ବାହାର କରିବା ପରେ ଟ୍ରେନ୍‌ ପୁଣିଥରେ ଚଳାଚଳ କରିଛି।  ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

ଦିଲ୍ଲୀରୁ କାଲି ଅପରାହ୍ନ ୫ଟା ୫ରେ ଛାଡିଥିଲା ଟ୍ରେନ୍। ଆଜି ରାତି ୮ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବାର ଥିଲା।

You might also like