ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍ କ୍ୱାରେଣ୍ଟିନ୍ରେ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ସେହିପରି ଅନ୍ୟ ୩ କରୋନା ଆକ୍ରାନ୍ତ ଲୋକାଲ କେସ୍ ହୋଇଥିବା ସୂଚନା। ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ AIIMSର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
There are 3 local contact cases.
1 case belong to Aiginia, Patrapada area.
1 case is an employee of AIIMS Bhubaneswar.
1 case belongs to Dumduma area with secondary contact of one of the earlier positive case of Kalinga Vihar. 2/3— BMC (@bmcbbsr) June 4, 2020