ଆସିଲା ନୂଆ ଗାଇଡଲାଇନ୍‌: ବାହାଘରରେ ୨ ଶହ, ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: କରୋନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ୫ଶହ ଥିଲା, ଏବେ ୨ଶହକୁ ହ୍ରାସ ହୋଇଛି। ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ।ଯଦି କୌଣସି ଅତିଥି ମାସ୍କ ପିନ୍ଧି ନଥିବେ, ଆୟୋଜକ ଯୋଗାଇବେ। ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା ହୋଇଛି।

କରୋନାର କରଲେଉଟାଣି ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ନିିଇତି ଅଧିକ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଦେଶରେ ୪୦ ହଜାର ଓ ରାଜ୍ୟରେ ଶହେ ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ ଗ୍ରାଫ୍। ସେପଟେ ଦେଶରେ ପୁନର୍ବାର କରୋନା କାୟା ବିସ୍ତାର କରୁଥିବାବେଳେ ଏହା ଉପରେ ରୋକ ଲଗାଇବାକୁ ବଡ଼ ପଦକ୍ଷେପ। ଏଣିକି ୪୫ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଏହି ବୟସର ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କେବଳ ଟିକା ମିଳୁଥିଲା କରୋନା ଭାଇରସ ଟାସ୍କଫୋର୍ସ ଓ ଏକ୍ସପର୍ଟଙ୍କ ପରାମର୍ଶରେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି ସେପଟେ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ସର୍ଭେଲାନ୍ସ ଏବଂ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତାସହ ପୋଲିସ ଯାଞ୍ଚ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭିଡିଓ କନଫରେନସିଂ ଜରିଆରେ ସମସ୍ତ ଜିଲ୍ଲାପାଳ, ଏସ୍ପିମାନଙ୍କ ସହ ଆଲୋଚନା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ମୁଖ୍ୟ ଶାସନ ସଚିବ, ଏସ୍‌ଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ପରିସ୍ଥିତି ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଲୋଚନା ବେଳେ ସ୍ବାସ୍ଥ୍ୟ ବିଭାଗ ବହୁ ପ୍ରସ୍ତାବ ଦେଇଥିବା ବେଳେ RTPCR ଟେଷ୍ଟ ଅଧିକ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତାବ ସହ ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

You might also like