ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

କଟକ : ଜଗତସିଂହପୁର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ମିଳିଛି ନୂଆ ସୁରାକ୍‌।  ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜାର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଘଟଣାରେ କିଶୋରର ବାପା, ଭାଇ ଓ ୪ ଜଣ ସାଙ୍ଗଙ୍କୁ ବିରିଡ଼ି ଥାନାରେ ପଚରା ଉଚରା କରୁଛି ପୁଲିସ।

ଅନ୍ୟପଟେ ମୃତ ନିହାରିକାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ କିଶୋର ଚନ୍ଦ୍ର ଅଞ୍ଚଳ ହିଁ ହତ୍ୟାକାରୀ। ନିହାରିକା ନିଖୋଜ ପରେ କଟକ ମଧୂପାଟଣା ଥାନାରେ ଏତଲା ହୋଇଥିଲା। ପୁଲିସ ମାମଲାରେ ଠିକ୍ ଭାବରେ ତଦନ୍ତ କରିଥିଲେ ନିହାରିକାଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି।

ହତ୍ୟାକାଣ୍ଡରେ ଅଭିଯୁକ୍ତ କିଶୋରଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ନର୍ସିଂହୋମର ପରିଚାଳକ। ଗତ ୯ ତାରିଖ ସକାଳୁ ନିହାରିକା ନିଖୋଜ ହୋଇଯାଇଥିଲେ। ନିହାରିକା କଟକର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ଗତ ୮ ତାରିଖରେ ସେ ବୟଫ୍ରେଣ୍ଡ କିଶୋରଙ୍କ ସହିତ ହସ୍ପିଟାଲରୁ ଯାଇଥିଲେ। ଏହାର ସିସିଟିଭି ଫୁଟେଜ ମିଳିଛି।

ଗତକାଲି ବିଲୁଆଖାଇ ନଈ ପଠାରୁ ନିହାରିକାଙ୍କ ମୃତଦେହ ମିଳିଥିଲା। ହତ୍ୟା ପରେ ତାଙ୍କୁ ଅଖାରେ ପୁରାଇ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

You might also like