ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରବିବାର ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବିଢ଼ିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନାରେ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି।

ଆଜିର ଦୁଇ ମୃତ୍ୟୁ ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚି। ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି ପ୍ରଥମ ଥର ଲାଗି ସମ୍ବଲପୁର ଜିଲ୍ଲାକୁ ଛୁଇଁଛି କରୋନା। ନୂଆ ଚିହ୍ନଟ ୯୧ ମଧ୍ୟରୁ ଜଣେ ସମ୍ବଲପୁରର ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟିନ୍‌ କେନ୍ଦ୍ରର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ସରପଞ୍ଚଙ୍କ ନମୁନା ପରୀକ୍ଷା ପଜିଟିଭ୍ ଥିବା ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୫ ଚିହ୍ନଟ (ମୋଟ-୨୯୨ ), ଭଦ୍ରକରେ ୨୮(ମୋଟ-୭୪), ବାଲେଶ୍ୱରରେ ୧୭(ମୋଟ-୧୧୯) ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣେ ଚିହ୍ନଟ (ମୋଟ-୨୭) ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ଏଥିରେ ୬୨୭ଟି କେସ୍ ସକ୍ରିୟ ଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇଛନ୍ତି ଓ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏପର୍ଯ୍ୟନ୍ତ ୯୧୨୨୩ ଟେଷ୍ଟ କରାଯାଇ ସାରିଛି।

DistrictPositiveRecoveredActiveDeceased
Ganjam292302593
Jajpur12152690
Balasore11922970
Bhadrak7421530
Khurdha5945122
Sundergarh2712150
Kendrapara272250
Puri251240
Cuttack222200
Angul150150
Mayurbhanj110110
Keonjhar8260
Nayagarh6060
Jagatsinghpur5050
Boudh4040
Balangir4040
Kalahandi2200
Jharsuguda2200
Deogarh2110
Sambalpur1010
Koraput1100
Dhenkanal1100

 

You might also like