ପୁଣି ୧୦ ହଜାର ଉପରେ ସଂକ୍ରମଣ : ୨୪ ଘଣ୍ଟା ମଧ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି ।

ନୂଆ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ସଂକ୍ରମଣ  । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮୨୩୦ଟି ଥିବାବେଳେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୫୧୩୩ଜଣ । ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ଗୋଟିଏ ଦିନରେ ୧୭ ମୁଣ୍ଡ ନେଇଛି କରୋନା ସଂକ୍ରମଣ । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଡ଼ଗଡ଼ରୁ ୪୩୨, ବଲାଙ୍ଗୀରରୁ ୪୨୬, ପୁରୀ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, ବାଲେଶ୍ୱରରୁ ୩୦୩ ଓ କେନ୍ଦୁଝରରୁ ୨୫୩, କଳାହାଣ୍ଡିରୁ ୩୭୦, ଯାଜପୁର ୩୪୯, ନବରଙ୍ଗପୁର ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩,ମୟୁରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୧୯୨, ଢ଼େଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪,ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଓ ଷ୍ଟେଟପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।

ସେପଟେ ଗତକାଲି ଦିନକରେ ୭୫୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୧୩୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେପଟେ ମୟୂରଭଞ୍ଜ ଜିଲ୍ଲା ଉଦଳା ସବଜେଲରେ କରୋନା ପଜିଟିଭକୁ ନେଇ ପ୍ରଶାସନର ଚିନ୍ତା । ଉଦଳା ସବଜେଲରେ ୨୧ଜଣ କଏଦୀଙ୍କ କରୋନା ପଜିଟିଭ ଚିହ୍ନଟ ପରେ ଜେଲକୁ ସାନିଟାଇଜ କରାଯାଇଛି । ଏଥିସହ କୋଭିଡ ଆକ୍ରାନ୍ତଙ୍କୁ ଜେଲ ପରିସର ଆଇସୋଲେନରେ ରଖାଯାଇଛି । ଉଦଳା ସବଜେଲରେ ୧୧୨ ଜଣ କଏଦୀ ରହୁଥିବାବେଳେ ୭୬ଜଣଙ୍କ କୋଭିଡ ପରକ୍ଷା କରାଯାଇଥିଲା । ଜଣେ ଡ଼ାକ୍ତର ଓ ଫାର୍ମାସିଷ୍ଟ ପ୍ରତ୍ୟେକ ସମୟରେରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସବୁ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବାବେଳେ ଆବଶ୍ୟକ ପଡିଲେ କୋଭିଡ ସେଣ୍ଟରକୁ ପଠାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ଜେଲ ଭିତରେ ଥିବା ଅନ୍ୟ କଏଦୀ କିଭଳି ସଂକ୍ରମିତ ନହେବେ ସେଥିପ୍ରତି ନଜର ଦିଆଯାଉଛି । ଯେଉଁମାନେ ଜେଲକୁ ଆସୁଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରି ରଖା ଯାଉଥିବା କହିଛନ୍ତି ଭାରପ୍ରାପ୍ତ ଜେଲର ଧନେଶ୍ୱର ସାହୁ ।

You might also like