• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

ଦୈନିକ ସଂକ୍ରମଣରେ ଆଜି ଖୋର୍ଦ୍ଧା ଆଗରେ ଥିବାବେଳେ ସୁନ୍ଦରଗଡ଼କୁ ପଛରେ ପକାଇ ଦ୍ୱିତୀୟରେ ରହିଛି କଟକ । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୫୫୭, କଟକରୁ ୯୩୦, ସୁନ୍ଦରଗଡ଼ରୁ ୭୭୫, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪ , ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡ଼ାରୁ ୩୭୮, ନୟାଗଡ଼ରୁ ୩୭୫, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ, ୨୭୮, କଳାହାଣ୍ଡିରୁ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢ଼େଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ବଲାଙ୍ଗୀରରୁ ୧୯୮, ସୁବର୍ଣ୍ଣପୁରରୁ ୧୯୫, କେନ୍ଦ୍ରାପଡ଼ାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡ଼ାରୁ ୧୬୩, ଦେବଗଡ଼ରୁ ୧୧୨, ଗଜପତିରୁ୧୦୪ କନ୍ଧମାଳରୁ ୬୯, ମାଲକାନଗିରିରୁ ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ଷ୍ଟେଟ୍ ପୁଲରୁ ୨୭୬ ଚିହ୍ନଟ ହୋଇଛନ୍ତି ।

ସେପଟେ ଗତକାଲି ଦିନକରେ ସୁସ୍ଥ ହୋଇଛନ୍ତି ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୭୩୬୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିପରି ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି ଦେଖିବାକୁ ମିଳୁଛି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି। ଏସବୁ ଦୃଷ୍ଟିରୁ ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋନା ବେଳେ ଆଗାମୀ ୧୫ ଦିନ ଚାଲେଞ୍ଜିଂ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିବା ସହ ତୃଣମୂଳସ୍ତରରେ ସବୁ ରାଜନୈତିକ ଦଳର ନେତାଙ୍କୁ ନେଇ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ୍‌ କମିଟି ଗଠନ ଲାଗି ପରାମର୍ଶ ଦେଇଛନ୍ତି।

New-10649-news-positive-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories